ବଡବିଲ (୨୨.୦୪.୨୦୨୫): କେନ୍ଦୁଝର ଜିଲ୍ଲା ବଡବିଲ – କୋଇଡା – ଯୋଡା ଖଣି ଅଞ୍ଚଳରେ ନିୟନ୍ତ୍ରଣ ବାହାରକୁ ଗଲାଣି ସଡକ ଦୁର୍ଘଟଣା । ବିଗତ ୩୬ ଘଣ୍ଟାରେ ୬ଜଣ ପ୍ରାଣ ହରାଇଥିବାବେଲେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।
ଗତକାଲି ରାତିରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଯୋଡା ଓଭରବ୍ରିଜ ଉପରେ ଦୁଇ ମୋଟରସାଇକଲ୍ ମୁହାଁ ମୁହିଁ ଧକ୍କା ହେବା ପରେ ଏକ ଅଜଣା ଗାଡି ତାଙ୍କୁ ମାଡିଦେଇ ଚାଲିଗଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୬ଜଣଙ୍କୁ ଉଦ୍ଧାର କରି ଯୋଡାସ୍ଥିତ ଟିସ୍କୋ ହସ୍ପିଟାଲ୍ କୁ ପଠେଇ ଦେଇଥିଲା । କିନ୍ତୁ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷିତ କରିଥିଲେ । ସେମାନେ ହେଲେ ମୋହନ ମୁଣ୍ଡା, ବିଜୟ ମୁଣ୍ଡା ଓ ମାସି ମୁଣ୍ଡା । ସମସ୍ତଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ଜୋରିବାହାଲ ଏବଂ ଝୁମ୍ପୁରା ଥାନା ଅନ୍ତର୍ଗତ କୁଞ୍ଜୁରଡିହି ଅଞ୍ଚଳର ବୋଲି ଜଣାଯାଇଛି । ଅନ୍ୟ ୩ ଆହତଙ୍କ ଘର କୋଇଡା ଥାନା ଅନ୍ତର୍ଗତ ଗଣୁଆ ଅଂଚଳର ବୋଲି ଜଣାଯାଇଛି ।
ତେବେ ଦ୍ରୁତ ଗତିରେ ଗାଡି ଚଲେଇବା, ମଦ୍ୟପାନ କରି ଗାଡି ଚଳାଇବା ପାଇଁ ଏହି ଦୁର୍ଘଟଣା ଘଟୁଥିବାବେଳେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦୀର୍ଘ ଦିନରୁ ପୋଲିସ ଓ ପ୍ରଶାସନକୁ ସାଧାରଣରେ ଦାବି କରାଯାଉଅଛି । କିନ୍ତୁ ପୋଲିସ ଓ ପ୍ରଶାସନ ଆଖି ଖୋଲି ଶୋଇଲା ଭଳିଆ ଦେଖିବି ଅଣଦେଖା କରୁଛି । ବିଗତ ୩୬ ଘଣ୍ଟାରେ ଘଟିଯାଇଥିବା ଦୁର୍ଘଟଣା ସବୁକୁ ତର୍ଜମା କଲେ ଦେଖାଯିବ ଯୋ ସାଧାରଣତଃ ବେପରୁଆ ଗାଡି ଚାଳନା ହେଉ, ମଦ୍ୟପାନ କରି ଗାଡି ଚଲାଇବା ହେଉ ଅବା ଦ୍ରୁତ ଗତିରେ ହେଉ ଡ୍ରାଇଭର ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟାଉଛି । ପ୍ରଶାସନର ଫଳଶୂନ୍ୟ କାର୍ଯ୍ୟକଳାପ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଚିନ୍ତାକୁ ଗଭୀର କରୁଛି । ସାଧାରଣଲୋକେ ଏବେ ରାସ୍ତାରେ ଗାଡି ଚଳେଇବା ତ ଦୂରର କଥା ଚାଲିବା ପାଇଁ ମଧ୍ୟ ଭୟ କରୁଥିବା ଦେଖାଦେଇଛି ।
ତେବେ ପୋଲିସ ଓ ପ୍ରଶାସନ କେବେ ଏହାକୁ ଗୁରତ୍ୱର ସହିତ ନେଇ ଦୁର୍ଘଟଣା ରୋକିବା ତଥା ମଦ୍ୟପ ଡ୍ରାଇଭର, ରାସ୍ତା କଡ ପାର୍କିଂ ଓ ଓଭରସ୍ପିଡିଂ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଦେଖିବାକୁ ବାକି ରହିଲା ।

Leave a Reply