ବଡବିଲ (୨୪.୦୩.୨୦୨୪): ବଡବିଲ ଥାନା ଅନ୍ତର୍ଗତ ୱାର୍ଡ ନଂ ୧୨,ଇନ୍ଦିରା କଲୋନୀରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ସ୍ୱାମୀ ଫେରାର ଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁସାରେ ଗତ ୨୩.୦୩.୨୦୨୪ ରାତି ପ୍ରାୟ ୧୦ଟା ସମୟରେ ଇନ୍ଦିରା କଲୋନୀରେ ରହୁଥିବା ପ୍ରିତି କୁଜୁର (୨୨) ଶୋଇଥିବାବେଳେ ବାହାରକୁ ଯାଇଥିବା ସ୍ୱାମୀ ଘରକୁ ଫେରି ପ୍ରିତି ମୁଣ୍ଡରେ ଏକ ଟାଙ୍ଗିଆରେ ମାରିଦେବା ଉଦ୍ଦେଶ୍ୟରେ ହାଣି ଦେଇଥିଲା । ଫଳରେ ପ୍ରିତିର ଗାଲଠୁ କାନ ପର୍ଯ୍ୟନ୍ତ କଟିଯାଇଥିଲା । ଟାଙ୍ଗିଆ ଆଘାତରେ ପ୍ରିତି ଗଭୀର ଯନ୍ତ୍ରଣାରେ ଚିତ୍କାର କରିବାରୁ ସ୍ୱାମୀ ଫେରାର ହୋଇଯାଇଥିଲା । ଆଖପାଖ ଲୋକେ ପ୍ରିତିକୁ ଉଦ୍ଧାର କରି ବଡବିଲ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠେଇ ଦିଆଯାଇଥିଲା । କିନ୍ତୁ ପ୍ରିତିର ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ କଟକ ବଡ ମେଡିକାଲ କୁ ପଠେଇ ଦିଆଯାଇଥିବା ଜଣାଯାଇଛି । ତେବେ ଏନେଇ ବଡବିଲ ଥାନା ରେ ଏକ ଅଭିଯୋଗ ଦାୟାର କରାଯାଇଥିବା ଜଣାଯାଇଛି ।

Leave a Reply