Barbil Express

Your Home town News Agency

୨୪ ବର୍ଷ ପରେ ଗିରଫ ହେଲେOMD ର ଅବସରପ୍ରାପ୍ତ ଅଧିକାରୀ

ବଡବିଲ (୧୦.୦୪.୨୦୨୫): କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଓଡିଶା ମିନେରାଲ୍ସ ଡେଭଲପମେଣ୍ଟ କମ୍ପାନୀ (ଓ.ଏମ୍.ଡି.ସି) ରୋଇଡାର ପୂର୍ବତନ ପରିଚାଳନା ନିର୍ଦେଶକ ସୁବାସ ଚନ୍ଦ୍ର ମହାପାତ୍ରଙ୍କୁ ବଡବିଲ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାଯାଇଛି । ସୁବାସଙ୍କ ବିରୋଧରେ ବନ ବିଭାଗ ତରଫରୁ ୨୦୦୧ରେ ଏକ ମାମଲା ରୁଜୁ ହୋଇଥିଲା କିନ୍ତୁ ସେ ଗିରଫ ହେବା ଭୟରେ ଫେରାର ହୋଇଯାଇଥିଲେ । ପ୍ରକାଶ ଥାଉକି ବଡବିଲ ବନାଞ୍ଚଳ, ଗୁଆଲି ସେକ୍ସନ ସ୍ଥିତ ଓ.ଏମ୍.ଡି.ସି ର ରୋଇଡା ଖଣି ଲିଜ୍ ଭୁକ୍ତ ଅଞ୍ଚଳର ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ୧୯୯୯ ନଭେମ୍ବରରେ ବେଆଇନ ଭାବେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଗଛକାଟି ଖଣିଜ ଉତ୍ତୋଳନ ହୋଇଥିଲା । ବନ ବିଭାଗ କମ୍ପାନୀର ଜିଏମ୍ ସନ୍ତୋଷ ପଣ୍ଡା, ସୁପରିନ୍ଟେଣ୍ଡେଣ୍ଟ ମ୍ୟାନେଜର ମୃତ୍ୟୁଞ୍ଜୟ  ସାହୁ, ଇଷ୍ଟ ଇଣ୍ଡିଆ ମିନେରାଲ ଲିମିଟେଡ୍ କମ୍ପାନୀର ଜିଏମ୍ ରାଜେନ୍ଦ୍ର ଦୟାଲ ଟବାକ୍ଲେ ଓ ଆସିଷ୍ଟାଣ୍ଟ ମ୍ୟାନେଜର ମୁରଲୀମୁପେୟା କ୍ରିଷ୍ଣମୂର୍ତ୍ତୀଙ୍କ ନାମରେ କେଶ ରୁଜୁ କରିଥିଲେ । ୨(ବି) ସିସି ୪/୨୦୨୧ରେ ବଡବିଲ କୋର୍ଟରେ ମାମଲା ବିଚାରଧୀନ ରହିଥିଲା । କିନ୍ତୁ ବାରମ୍ବାର ନିର୍ଦେଶ ସତ୍ତ୍ୱେ ଅଭିଯୁକ୍ତ କୋର୍ଟରେ ହାଜର ହେଉନଥିବାବେଳେ କୋର୍ଟରୁ ୱାରେଣ୍ଟ ଜାରି  ହୋଇଥିଲା । ସୁବାସ ମହାପାତ୍ର ଗତ ୨ ବର୍ଷ ତଳେ ଅବସର ନେଇସାରିଥିବାବେଳେ କୌଣସି କାର୍ଯ୍ୟରେ କେନ୍ଦୁଝର ପିଏଫ୍ କାର୍ଯ୍ୟାଳୟକୁ ଆସିଥିବା ଖବର ପାଇ ବଡବିଲ ପୋଲିସ ତାଙ୍କୁ ଉଠାଇ ଆଣିଥିଲା । ତେବେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *