ବଡ଼ବିଲ (୦୫.୦୪.୨୦୨୫): ଗତ ୪ ଏପ୍ରିଲ ୨୦୨୫ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବଲାଣୀ ର ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ସ୍ଥାନୀୟ SAIL-RSP BOLANI Ores Mines ର ମହାପ୍ରବନ୍ଧକ ମାନନୀୟ ଶ୍ରୀଯୁକ୍ତ ଜୟଦେବ ଚଟ୍ଟୋପାଧ୍ୟାୟ, ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ, ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ଦାସ (AGM,F&A ) ମୁଖ୍ୟବକ୍ତା ଏବଂ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପ୍ରସାଦ (DGM, Civil) ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବୁଦ୍ଧଦେବ ନାଏକ GM, Mech. ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇ ଥିଲା । ସମ୍ପାଦକ ଶ୍ରୀଯୁକ୍ତ ପ୍ରସାନ୍ତ କୁମାର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବନମାଳି ମହାକୁଡ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥିଙ୍କ ଦ୍ଵାରା ତିନିଗୋଟି Digital class room ର ଉଦ୍ଘାଟନ କରିବା ସହିତ ବର୍ତ୍ତମାନ ଏହାର ଆବଶ୍ୟକତା ରହିଛି ଏବଂ ଏହା ଦ୍ୱାରାଛାତ୍ରଛାତୀ ଶିକ୍ଷଣକାର୍ଯ୍ୟରେ ଗୁଣବତ୍ତା ନିର୍ମାଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଶିଶୁମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଧୈର୍ଯ୍ୟବାନ ହୋଇ ଲକ୍ଷ୍ୟପୂର୍ତ୍ତୀ ପାଇଁ କର୍ମ କଲେ ସଫଳତା ହାସଲ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏତଦବ୍ୟତୀତ ସଭାର ଅଧ୍ୟକ୍ଷ ତାଙ୍କର ଅଭିଭାଷଣ ମାଧ୍ୟମରେ ବିଫଳତାହିଁ ସଫଳତାର ଚାବିକାଠି ଏ କଥାକୁ ଉଲ୍ଲେଖ କରିବା ସହିତ ଜୀବନରେ ସତ୍ୟବାଦୀ, ନିର୍ଭିକତା ଓ ଏକାଗ୍ରତା ମଣିଷକୁ ଉଚ୍ଚ ରୁ ଉଚ୍ଚତର କରିଥାଏ ବୋଲି କହିଥିଲେ । କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିଶୁଙ୍କ ଦ୍ଵାରା ନୃତ୍ୟ, ଗୀତ ଓ ନାଟକ ପରିବେଷଣ କରାଯାଇ ଥିଲା । ପରିଶେଷରେ ଉପସଭାପତି ଶ୍ରୀଯୁକ୍ତ ରତନ ଲାଲ ଗୋପ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପାତ୍ର ମଞ୍ଚ ପରିଚାଳନାକରିଥିଲେ ଏବଂ ଶ୍ରୀଯୁକ୍ତ ସ୍ୱରୂପ ଚନ୍ଦ୍ର ବାରିକ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ ପରିଚାଳିତ ହୋଇଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚୂର୍ଯ୍ୟା ଏଥିରେ ସହଯୋଗ କରିଥିଲେ ।

Leave a Reply