ବଡ଼ବିଲ (୨୭.୧୧.୨୦୨୪): ବଡ଼ବିଲ ପୌରାଞ୍ଚଳର ବୁଲା ବିକାଳି ମାନଙ୍କୁ ସ୍ବାବଲମ୍ବୀ କରିବାପାଇଁ, କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା “ସ୍ୱନିଧି ଭି, ସ୍ୱାଭିମାନ ଭି” ଯୋଜନା ସମ୍ପର୍କରେ, ବଡ଼ବିଲ ବିକାଶ ମହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କାଉନସିଲର ଧର୍ମେନ୍ଦ୍ର ମହାନ୍ତ, ଗୋଷ୍ଠୀ ସଂଯୋଜିକା ସୁପ୍ରଭା ପାଣିଗ୍ରାହୀ, ଆଶିଷ କୁମାର ମହାନ୍ତି, ଝୁନୁବାଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନା ସମ୍ପର୍କରେ ଉପସ୍ଥିତ ହିତାଧିକାରୀ ମାନଙ୍କୁ ସୂଚନା ଦେବା ସହିତ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୧୦ ହଜାର ଟଙ୍କା ଋଣ ପ୍ରଦାନ କରାଯିବ, ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କଲେ ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟରେ ୨୦ ହଜାର ଓ ୫୦ ହଜାର ଟଙ୍କା ଯାଏ ଋଣ ପାଇପାରିବେ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଥିଲେ। ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ଯାଏ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ର ଆଜି ପ୍ରଥମ ଦିନରେ ସମୁଦାୟ ୧୩୦ ଜଣ ହିତାଧିକାରୀ ଋଣ ପାଇଁ ତାଙ୍କ ନାମ ପଞ୍ଜିକରଣ କରିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ୍ ଅଫ ଇଣ୍ଡିଆ ସହ ଅନେକ ବ୍ୟାଙ୍କ୍ ର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Leave a Reply