ବଡବିଲ, ୨୨।୧୧ – ଜଙ୍ଗଲ, ପରିବେଶ ତଥା ଶ୍ରମ କର୍ମଚାରୀ ରାଜ୍ୟ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦିନିକିଆ କେନ୍ଦୁଝର ଗସ୍ତରେ ଆସିଥିବାବେଳେ ବଡବିଲ ରାଜ୍ୟ ଖଣି ନିଗମର ଅତିଥି ଭବନରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକ ରେ ସେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିବାବେଳେ ବିଶେଷ କରି ଖଣି ଏବଂ କାରଖାନା ପାଇଁ ଏ ଅଞ୍ଚଳ ଅତ୍ୟଧିକ ପ୍ରଦୂଷିତ ହେଉଥିବାରୁ ସେ ଚିନ୍ତା ପ୍ରକାଶ କିରଥିଲେ । ଆଗାମୀ ଦିନରେ ଏହି ପ୍ରଦୂଷଣ କୁ କେମିତି ନିୟନ୍ତ୍ରିତ କରାଯାଇପାରିବ ଏବଂ ନୂତନ ଜ୍ଞାନ କୌଶଳ ଓ ଆଧୁନିକ ଯନ୍ତ୍ର ବ୍ୟବହାର କରି କିପରି ଏକ ସବୁଜ ବଳୟ ସୃଷ୍ଟି କରାଯାଇପାରିବ ସେନେଇ ସେ ଅଞ୍ଚଳର ସବୁ ଖଣି, କାରଖାନା ମାଲିକ ଏବଂ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଏହି ବୈଠକରେ କେନ୍ଦୁଝର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ଜିଲ୍ଲା ବନ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଚମ୍ପୁଆ ଉପଜିଲ୍ଲାପଳ, ବଡବିଲ ତହସିଲଦାଲ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଡା ଖଣି ଉପନିର୍ଦ୍ଦେଶକ, ଓଡିଶା ଖଣି ନିଗମର ଆଞ୍ଚଳିକ ପରିଚାଳନା ଅଧିକାରୀ, ସ୍ଥାନୀୟ ପ୍ରଶାସନ, ବିଭିନ୍ନ କାରଖାନା ଏବଂ ଖଣିର ପଦାଧିକାରୀମାନେ ଯୋଗ ଦେଇଥିଲେ ।
Leave a Reply