ଗୁଆଲି, ୧୭/୪(ଲୋକନାଥ ଖିଲାର): କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ କାଟେସାହିସ୍ଥିତ କେଜେଏସ୍ ଆଲୁୱାଲିଆ କମ୍ପାନି ର ପାର୍କିଙ୍ଗ ଗତ କାଲି ଏକ କୋଇଲା ବୋଝେଇ ହୋଇଥିବା ଟ୍ରଲର ଜଳିଯାଇଛି। ଟ୍ରଲର (ଓଡି-୧୬-ଜେ-୯୨୦୬) କୁ ପାର୍କିଂ ରେ ରଖି ଡ୍ରାଇଭର ପାଣି ଆଣିବାପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ ଗାଡ଼ିରୁ ଧୂଆଁ ବାହାରିବା ସହ ଜଳି ଯାଇଥିଲା। ଖବର ପାଇ କେଜେଏସ୍ ଆଲୁୱାଲିଆ କାରଖାନାର ପାଣି ଟ୍ୟାଙ୍କର ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବାବେଳେ ରୁଗୁଡ଼ି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|

Post Views: 44
Leave a Reply