ଗତ ୮ ଫେବୃଆରୀ ରୁ ଆରମ୍ଭ ହୋଇଯାଇଛି ମା’ ଦୂର୍ଗା ପୂଜା । ସାରା ବଡ଼ବିଲ ଚଳଚଞ୍ଚଳ ହୋଇଉଠିଛି, ଉତ୍ସବ ମୁଖର ହୋଇଛି, ରଙ୍ଗବେରଙ୍ଗ ଲିଚୁ ଲାଇଟ୍ ରେ ଝଲସୁଛି ପୂଜା ମଣ୍ଡପ । ଗତ କାଲି ମା’ଙ୍କ ଷଷ୍ଠି ପୂଜା କରାଯାଇ ମା’ଙ୍କୁ ଆବାହନ କରାଯାଇଥିଲା । ଆଜି ସପ୍ତମୀରେ ପୂଜା ମଣ୍ଡପ ରେ ମା’ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା ।
୧୯୬୫ ମସିହାରୁ ବଡବିଲ ବିକାଶ ମହଲ ଠାରେ ସାର୍ବଜନୀନ ଦୁର୍ଗାପୂଜା ନିରବଚ୍ଛିନ୍ନ ଭାବରେ ପାଳିତ ହୋଇ ଆସୁଅଛି । ସୁନ୍ଦର ତୋରଣ ସାଙ୍ଗକୁ ମଣ୍ଡପରେ ମା’ଙ୍କ ମୂର୍ତ୍ତି ଭକ୍ତମାନଙ୍କୁ ଭାବବିହ୍ୱଳ କରୁଅଛି । ସେହିପରି ବଡବିଲ ଦୂର୍ଗା ପୂଜା ସମିତି ତରଫରୁ ବଡବିଲ କାଳି ମନ୍ଦିର ନିକଟରେ ୧୯୩୦ ମସିହାରୁ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଆସୁଅଛି । ଏହା ବଡବିଲର ସର୍ବପୁରାତନ ମେଢ । ପ୍ରଥମେ ଏକ ବଙ୍ଗାଳି ବ୍ରାହ୍ମଣ ପରିବାର ଦ୍ୱାରା ବଡବିଲ-ଠାକୁରାଣୀ ରାସ୍ତା ପାଶ୍ୱର୍ରେ ସେଡେଙ୍ଗ ଠାରେ ଏହା ଆରମ୍ଭ କରାଯାଇ ପରେ ବଡବିଲ କାଳି ମନ୍ଦିର ଠାରେ ଅନୁଷ୍ଠିତ ହେଉଅଛି ।
ଜନକଲ୍ୟାଣ ଦୁର୍ଗାପୂଜା ସମିତି ତରଫରୁ ବଡବିଲ ଷ୍ଟେସନ ରୋଡ ଠାରେ ଅନୁଷ୍ଠିତ ଦୂର୍ଗା ପୂଜା ୬୦ ବର୍ଷରେ ପଦାର୍ପଣ କରିଛି । ୧୯୬୪ ମସିହାରେ ଏହା ଆରମ୍ଭ କରାଯାଇଥିଲା । ଦୁର୍ଗାପୂଜା ସମିତି ତରଫରୁ ଖୁବ ସୁନ୍ଦର ଭାବରେ ମଣ୍ଡପକୁ ସଜେଇଥିବାବେଳେ ଉଚ୍ଛକୋଟିର ତୋରଣ, ମା’ଙ୍କ ମେଢ ଭକ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା ।
Leave a Reply