Barbil Express

Your Home town News Agency

ଅବ୍ୟବସ୍ଥା ଭିତରେ ସରିଲା କଳିଙ୍ଗ ଦୁର୍ଗାପୂଜା – ଫେଲ୍ ମାରିଲା ପ୍ରଶାସନ

ବଡ଼ବିଲ (୧୫.୧୦.୨୦୨୪): ଗତ ୯ ଅକ୍ଟୋବର ରୁ ଆରମ୍ଭ ହୋଇଥିବା କଳିଙ୍ଗ ନଗର ଦୁର୍ଗାପୂଜା ଆଜି ଶେଷ ହୋଇଛି  । ମା’ଙ୍କ ଭଷାଣି ସହିତ ଶେଷ ହୋଇଛି ରାବଣ ପୋଡି  । ଇଡକଲ କଳିଙ୍ଗ ଆଇରନ୍ ୱାର୍କସ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି କଳିଙ୍ଗ ନଗର ଦୁର୍ଗାପୂଜା ସମଗ୍ର କେନ୍ଦୁଝର ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ବଡବିଲ ତଥା ଆଖ ପାଖ ଅଂଚଳରେ ସବୁଠାରୁ ବେଶୀ ଲୋକମାନଙ୍କୁ ଆକର୍ଷିତ କରିଥାଏ କଳିଙ୍ଗ ନଗର ଦୁର୍ଗାପୂଜା  । ଦୀର୍ଘ ଏକ ସପ୍ତାହ ଧରି ଲାଗୁଥିବା ମେଳା, ମୀନା ବଜାର କୁ ଦୂରଦୂରାନ୍ତରରୁ ଲୋକେ ଆସିଥାନ୍ତି ପୂଜାର ମଜା ନେବା ପାଇଁ  । ସୂଦୂର କଲିକତା, ଜାମସେଦପୁର, ସମ୍ବଲପୁର, ପୁରୀ ଆଦି ସ୍ଥାନରୁ ଆସିଥିବା ଦୋକାନୀ ମାନେ ଏହି ମେଳାକୁ ଅଧିକ ଆକର୍ଷଣୀୟ କରିଥାନ୍ତି  । ଲୋକଙ୍କର ସୁଅ ଛୁଟିଥାଏ ମେଳାକୁ  । ଅପରାହ୍ନ ୪-୫ଟାରୁ ରାତି ୧୧-୧୨ ପର୍ଯ୍ୟନ୍ତ ଭିଡ ଲାଗିରହିଥାଏ ମେଳାରେ  । ବିଶେଷ କରି ଫୁଡ୍ ଷ୍ଟଲ୍, ଷ୍ଟେସନାରୀ, ଫୁଲ ଦୋକାନ, ଲୁଗା ଦୋକାନ, ଚପଲ ଦୋକାନ ଆଦିରେ ବିଶେଷ ଭିଡ ଦେଖିବାକୁ ମିଳିଥାଏ  । ଏହା ସହିତ ବେଲୁନ ବିକାଳି, ଖେଳଣା ଦୋକାନୀ, ସାଇକଲ ରେ ଆଳୁଦମ ଦହିବରା ବିକ୍ରି କରୁଥିବା ପରି ଅନେକ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଆସିଥାନ୍ତି ଏହି ମେଳାକୁ  । ଲୋକେ ମେଳାର ମଜା ନେବା ସହିତ ମେଳା ରେ ଦୋକାନ କରିଥିବା ଦୋକାନୀ ମାନେ ମଧ୍ୟ ବେଶ କିଛି ପଇସା ରୋଜଗାର କରିଥାନ୍ତି  । 

ଗତ ବର୍ଷ ଓଡିଶା ଖଣି ନିଗମ ଏହାର ଦାୟିତ୍ୱ ନେବା ସହିତ ପ୍ରଥମ କରି ଆୟୋଜନ କରିଥିଲା ଦୁର୍ଗାପୂଜା  ।  କିନ୍ତୁ ଏବର୍ଷ କଳିଙ୍ଗ ନଗର ଦୁର୍ଗାପୂଜାର କାହାଣୀ ଟିକେ ଅଲଗା  । ନାନା ପ୍ରକାର ଅବ୍ୟବସ୍ଥା ଭିତରେ ପୂଜା ସରିଥିବାବେଳେ ପ୍ରଶାସନ ଓ ପୂଜା କମିଟି ସମ୍ପୂର୍ଣ୍ଣ ରୂପରେ ଫେଲମାରିଥିବା ପରି ଲକ୍ଷ ହେଉଛି  । ପ୍ରଥମେ ଟ୍ରାଫିକ୍ ନିୟନ୍ତ୍ରଣରେ ବିଫଳ ହୋଇଛି ପ୍ରଶାସନ  । ବିର୍ସାମୁଣ୍ଡା ଛକଠାରୁ ପୂଜା ମୁଖ୍ୟ ଗେଟ୍ ପର୍ଯ୍ୟନ୍ତ କୌଣସି ସୁରକ୍ଷା କର୍ମୀ ନଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକେ ଗାଡି ଛିଡା କରି ପୂଜା ବୁଲିବାକୁ ଯାଉଥିବା ଯୋଗୁଁ  ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଥିଲା  । ରାସ୍ତା କଡରେ ଗାଡି ରଖୁଥିବାବେଳେ କିଛି ଲୋକଙ୍କୁ ଏପରି କାହିଁକି  କରୁଛ ପଚାରିବାରୁ ସେମାନେ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନଗୁଡିକରେ ଧାର୍ଯ୍ୟ ମୂଲ୍ୟରୁ  ଅଧିକ ଟଙ୍କା ନେଉଥିବାରୁ ସେମାନେ ପାର୍କିଂ ରେ ନରଖି ରାସ୍ତାକଡରେ ଗାଡି ରଖିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଥିଲେ  । ସେହିପରି ମୀନା ବଜାରରେ ଲାଗିଥିବା ଦୋକାନୀ ଏବଂ ବ୍ୟବସାୟୀଙ୍କ ଠାରୁ ପୂଜା କମିଟି ମୋଟା ଅଙ୍କ ଆଦାୟ କରୁଥିବାବେଳେ ଅଷ୍ଟମୀ ପରଠାରୁ ସମସ୍ତ ଦୋଳି ଏବଂ ରାତି ୧୧ଟା ପରେ ସମସ୍ତ ଦୋକନକୁ ବନ୍ଦ କରିଦିଆଯିବାଯୋଗୁଁ ଦୋକାନୀଙ୍କ ବହୁତ କ୍ଷତି ହୋଇଥିବା ପ୍ରକାଶ କରିବା ସହିତ ଆସନ୍ତା ବର୍ଷରୁ ଏଠାକୁ ନ ଆସିବାକୁ ଦୋକାନ ମାଲିକ ମାନେ ଦୁଃଖର ସହିତ ପ୍ରକାଶ କରିଥିଲେ  । ବଡ ଦୁଃଖ ର ବିଷୟ ଜଣେ ମହିଳା ବେଳୁନ ବିକାଳୀ ଠାରୁ ଦୈନିକ ଶହେ ଟଙ୍କା ଆଦାୟ କରାଯାଉଥିବା ମହିଳା ଜଣକ ଅଭିଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *