Barbil Express

Your Home town News Agency

ବଡବିଲ ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

ବଡବିଲ:୧୬/୧୧: ବଡବିଲ ପ୍ରେସ୍ କ୍ଲବ ତରଫ ରୁ ଆଜି  ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବଡ଼ବିଲ ହୋଟେଲ ଲକି ଇଣ୍ଡିଆ ସଭାଗୃହରେ ଆୟୋଜିତ ସଭାରେ ତହସିଲଦାର ଡି.ଏସ୍. ଶୁଭଦର୍ଶୀ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପ୍ରବନ୍ଧକ ଅବନୀକାନ୍ତ ପ୍ରଧାନ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସମାଜସେବୀ ବ୍ରଜ କିଶୋର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥ‌ି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣମାଧ୍ଯମର  ଭୂମିକା, ସାମ୍ପ୍ରତିକ ପରିସ୍ଥିତି ଓ ବର୍ତ୍ତମାନ ସାମ୍ବାଦିକଙ୍କ ସ୍ୱାଧୀନତା ବିଷୟରେ ଅତିଥି ମାନେ  ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବଡ଼ବିଲ  ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ. ଅସିତ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପରିବର୍ତ୍ତନଶୀଳ ଗଣମାଧମ ଶୀର୍ଷକ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତାପରେ ତ୍ରିବେଣୀ କଲା କେନ୍ଦ୍ର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କ୍ଲବର ବରିଷ୍ଠ  ସଦସ୍ୟ ଦେବପ୍ରିୟ ରଣା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ  ମଧୁସୂଦନ ସାହୁ ଏବଂ ସଭାପତି ସୁବୋଧ କୁମାର ଦାସ ନିଜ ନିଜର ଅଭିଭାଷଣ ରଖିଥିଲେ । ପ୍ରେସ କ୍ଲବ ର  ଉପଦେଷ୍ଟା ବଳରାମ ମହାନ୍ତି  ଧନ୍ୟବାଦ  ଅର୍ପଣ କରିଥିଲେ । ଏହି  ଅବସରରେ  ସମାଜସେବା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ତଥା ବଡ଼ବିଲ ର ସମସ୍ତ  ସଂଗଠନ ସହିତ ଜଡିତ ଥିବା  ପ୍ରତାପ କିଶୋର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା ।  ସମ୍ମାନୀତ ଅତିଥିଙ୍କ ଦ୍ୱାରା  ଶ୍ରୀ ସାହୁଙ୍କୁ ଉପଢ଼ୌକନ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା  । ପ୍ରକାଶ ଥାଉ କି ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟଅଵସ୍ଥା ଠିକ ନଥିବା  ଏବଂ ତାଙ୍କର  Dialysis ଚାଲିଥିବା ସତ୍ୱେ ସେ Dialysis ସାରି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ହୋଇ ସାରିବା ପରେ ନିଜ ବକ୍ତବ୍ୟ ରଖୁଥିବା ସମୟରେ ତାଙ୍କ ଆଖିରୁ ଝରି ଆସୁଥିବା ଲୁହ  ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା  । ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପ୍ରେସ କ୍ଲବ ର ଉପ ସଭାପତି  ମକରଧ୍ବଜ  ବାଗ, ସହ ସମ୍ପାଦକ – ଅଂଶୁମାନ ପ୍ରଧାନ, କୋଷାଧ୍ୟକ୍ଷ – ସୀତାରାମ ଦୀକ୍ଷିତ, ଅନ୍ୟାନ୍ୟ ସଦସ୍ୟମାନେ ଯଥା ଶାନ୍ତୁନୁ  ଦାଶ, ଚିତ୍ତରଞ୍ଜନ କର, ଦେବଜାନ୍ତ ଦାସ, ରଘୁନାଥ ସାହୁ, ଅଜୟ ଗିରି, ଧରଣୀଧର ମହାନ୍ତ, ଡିମ୍ପଲ ସାଂଡିଲ  , ବିଶ୍ୱଜିତ  ମହାନ୍ତ,ଏବଂ ଅଶୋକ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପୁର୍ଣ୍ଣ  ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *