Barbil Express

Your Home town News Agency

ଚୋରୀ ଅଭିଯୋଗରେ ୨ଗିରଫ

ବଡ଼ବିଲ (୨୭.୦୫.୨୦୨୫) : ଆଜି ବଡବିଲ ପୋଲିସ ଏକ ଚୋରୀ ଘଟଣାରେ ୨ଜଣଙ୍କୁ ଗିରଫ କରିବା ସହିତ ଚୋରୀରେ ବ୍ୟବହୃତ ହୋଇଥିବା ଉପକରଣ ଜବତ କରିଥିବା ଜଣାଯାଇଛି  ।

ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଅନ୍ତର୍ଗତ ଉପର ବସ୍ତି ୱାର୍ଡ ନମ୍ବର ୭ ନିବାସୀ ସୟଦ ଅବଦୁଲ କାଦିର ୧୩ ମଇ ୨୦୨୫ରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କାଦିରଙ୍କ କହିବାନୁସାରେ ୧୨ ମଇ ରାତିରେ ତାଙ୍କ ପରିବାର ଘରେ ନଥିବାର ସୁଯୋଗନେଇ କିଛି ଦୁର୍ବୃତ୍ତ ଘରେ ପଶି ସୁନା ଚେନ୍, ଝୁମକି, ଇଅର ରିଙ୍ଗ, ମୁଦଲି, ମୁଦି, ୨ଟି ରୂପା ପାଉଁଜି (ହାଲୁକା ଏବଂ ଓଜନିଆ) ଏବଂ ୬୦ ହଜାର ନଗଦ ଟଙ୍କା ଚୋରୀ କରିନେଇଥିଲେ  । ଏହି ଅଭିଯୋଗକୁ ଆଧାର କରି, ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହିତ ୨ଜଣଙ୍କୁ ଗିରଫ କରିଥିଲା  । ଗିରଫ ବ୍ୟକ୍ତି ହେଲେ ବଡବିଲ ୱାର୍ଡ ନଂ ୪, ଏସ୍ ଲାଲ୍ ହାଟିଂ ର କୁନାଲ ପ୍ରସାଦ ଏବଂ ଶ୍ରୀରାମ ନଗରର ଦିପୁଲ ନାୟକ ଓରଫ କାହ୍ନା  । ଗିରଫ ସମୟରେ ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଳା ବ୍ୟାଗ, ଦୁଇଟି ହାତୁଡି, ଗୋଟିଏ କରତ ଏବଂ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଥିବା ବଡବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *