Barbil Express

Your Home town News Agency

ଇନ୍ଦ୍ରାଣୀ ପଟ୍ଟନାୟକ ର ବେନିଫିସିଏସନ୍ ପ୍ଲାଣ୍ଟ ସ୍ଥାପନକୁ ପୂର୍ଣ୍ଣ ସମର୍ଥନ

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଇନ୍ଦ୍ରାଣୀ ପଟ୍ଟନାୟକ ଲୌହ ଓ ମାଙ୍ଗାନିଜ ଖଣିର ଲିଜ ଅଞ୍ଚଳରେ ୪ ଏମ୍ଟିପିଏ କ୍ଷମତା ବିଶିଷ୍ଟ ବେନିଫିସିଏସନ୍ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଗତ ୦୬.୦୫.୨୦୨୫ ରେ ଏକ ପରିବେଶ ମଞ୍ଜୁରୀ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ତେବେ କାରକାନା ଦ୍ୱାରା ପ୍ରଭାବିତ ହେବାକୁ ଥିବା ପଳସା ଓ ବଳଦା ପଞ୍ଚାୟତରୁ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ଏହି ଜନଶୁଣାଣୀକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଥିବା ଜଣାଯାଇଛି ।
୧୦୬.୧୧ ହେକ୍ଟର କ୍ଷେତ୍ରଫଳ ଉପରେ ହେବାକୁ ଥିବା ଏହି ବେନିଫିସିଏସନ୍ ପ୍ଲାଣ୍ଟରେ ନିମ୍ନମାନର ଖଣିଜକୁ ଅତ୍ୟାଧୁନିକ ପ୍ରଣାଳୀରେ ଉଚ୍ଚମାନର ଖଣିଜରେ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି । ତେବେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୨୫୦ ଜଣଙ୍କୁ ନିଯୁକ୍ତି ଦିଆଯିବା ସହିତ ପ୍ରଭାବିତ ହେଇଥିବା ପଞ୍ଚାୟତରେ ଥିବା ଗ୍ରାମଗୁଡିକର ପାରିପାଶ୍ୱିର୍କ ବିକାଶ ହେବ ବୋଲି କମ୍ପାନୀ ତରଫରୁ ପ୍ରକାଶ କରାଯାଇଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ, ୨୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସୁକୁମାରୀ ଦେହୁରୀ, ବାସୁଦେବ ନାଏକ, ପଳସା ସରପଞ୍ଚ ଅରୁଣ ମୁଣ୍ଡା, ବଳଦା ସରପଞ୍ଚ ବରୁଣ ନାଏକ ତଥା ପଳଶା ଏବଂ ବଳଦା ପଞ୍ଚାୟତର ଶତାଧିକ ମହିଲା ଓ ପୁରୁଷ ଉପସ୍ଥିତ ଥିଲେ ।

ସ୍ଥାନୀୟ ଲୋକଙ୍କ ଦାବୀ ମଧ୍ୟରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ତଥା ଗମନାଗମନର ସୁବ୍ୟବସ୍ଥା ସହିତ ପରିବହନ କାର୍ଯ୍ୟ ପ୍ରଭାବିତ ଗ୍ରାମକୁ ଦେବା ଆଦି ଥିବାବେଳେ କମ୍ପାନୀ ତରଫରୁ ସମସ୍ତ ଦାବୀକୁ ପୂରଣ କରିବାକୁ ପ୍ରତିଶୃତି ଦିଆଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *